ଖ୍ରୀଷ୍ଟିୟାନ୍‌ ରୀତିନୀତିରେ ବାହାହେଲେ ପ୍ରିୟଙ୍କା ଚୋପ୍ରା, କାଲି ହିନ୍ଦୁ ରୀତିନୀତିରେ ପୁଣି ବାହାହେବେ

ନୂଆଦିଲ୍ଲୀ: ବାହାହେଲେ ପ୍ରିୟଙ୍କା ଚୋପ୍ରା । ସାତଜନମର ସାଥୀ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍। ରାଜସ୍ଥାନର ଯୋଧପୁରର ଉମୈଦ ଭବନ ପ୍ୟାଲେସ୍‌ରେ ବହୁ ଆଡ଼ମ୍ବରରରେ ଏହି ବିବାହ ଅନୁଷ୍ଟିତ ହୋଇଛି। ତା’ସହିତ ଦୁହିଁଙ୍କ ବିବାହକୁ ନେଇ ସୋଶାଲ ମିଡିଆରେ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି।

ନିକ୍‌ ଓ ପ୍ରିୟଙ୍କାଙ୍କ ଖ୍ରୀଷ୍ଟିୟାନ୍‌ ରୀତିନୀତି ଅନୁଯାୟୀ ବିବାହ ଯୋଧପୁରର ଉମେଦ ଭବନ ପ୍ୟାଲେସ୍‌ରେ ଆୟୋଜିତ ହୋଇଛି। କାଲି ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ ସମ୍ପନ୍ନ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରିୟଙ୍କା ଚୋପ୍ରା ନିଜ ବିବାହ ଫଟୋ ଓ ଭିଡିଓ ଯେପରି ଲିକ୍‌ ହୋଇ ନଯାଏ ସେନେଇ ଟିକନିଖ୍‌ ଧ୍ୟାନ ଦେଇଛନ୍ତି।  ଖ୍ରୀଷ୍ଟିୟାନ୍‌ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହେବା ପରେ ତାଙ୍କର ହଳଦୀ ହେବ ଓ ଅତିଥିଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ବି ଆୟୋଜନ କରାଯାଇଛି। ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ଭୋଜିକୁ ବହୁ ନାମୀଦାମୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ଦୁହିଁଙ୍କ ସାକ୍ଷାତ ଗତବର୍ଷ ମେଟ ଗାଲା ଇଭେଣ୍ଟରେ ହୋଇଥିଲା। ସେବେଠାରୁ ଦୁହେଁଦୁହିଁଙ୍କ ଭଲ ବନ୍ଧୁ ରହି ଆସିଥିଲେ ଓ ପରେ ବିବାହ କରିବେ ବୋଲି ସ୍ଥିର କରିିଥିଲେ। ଯେମିତି ବିବାହ ଫଟୋ ବାହାରୁ ଲିକ୍‌ ହୋଇ ନଯାଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହି କାର‌୍ୟ୍ୟକ୍ରମରେ ପରିନୀତି ଚୋପ୍ରାଙ୍କ ସହ ପ୍ରିୟଙ୍କାଙ୍କ ନିଜ ପରିବାର ଲୋକ ସମ୍ପର୍କୀୟ ଓ ବାନ୍ଧୁବାନ୍ଧବ ଯୋଗ ଦେଇଥିଲେ। ସେହିପରି ବହୁ ଖାସ୍‌ଅତିଥି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଥିଲେ।