ସବୁଠୁ ଷ୍ଟାଇଲିଜ ପୁରୁଷକୁ କିସ କରି ମୁଁ ଭାଗ୍ୟ ବାନ, ନିକଙ୍କ ସହ ହନିମୁନ ଆଗରୁ କାହାକୁ କିସ କରି ଏମିତି କହିଲେ ପ୍ରିୟଙ୍କା

ମୁମ୍ବାଇ : ପ୍ରେମ ଓ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବଲିଉଡ ହିରୋଇନ ପ୍ରିୟଙ୍କା ଚୋପ୍ରା । ନିକଟରେ ଦେଶୀ ଗର୍ଲ ତାଙ୍କ ବିଦେଶୀ ବନ୍ଧି ନିକଙ୍କୁ ବାହାହେବାକୁ ନେଇ ବି ଚର୍ଚ୍ଚା ଧମିନି । ୨୮ରୁ ଦୁହେଁ ହନିମୁନକୁ ଯିବା ପର୍ବରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା । ସୋସିଆଲ ମିଡିଆରେ ଫ୍ୟାନ ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ ବି କରିଛନ୍ତି । ଥେର କିସ କରିବାକୁ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା-ନିକ୍‌ଙ୍କ କଥା କହିବାକୁ ଗଲେ,ଦୁହିଁଙ୍କ ସଂପର୍କ ଆରମ୍ଭରୁ ହିଁ ସେମାନଙ୍କୁ ଅନେକ କାରଣ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ଆସିଛନ୍ତି । ଏବେ ପୁଣି ପ୍ରିୟଙ୍କା ଫଟୋ ସହ ଦେଇଥିବା କ୍ୟାପ୍‌ସନ୍‌ ପାଇଁ ଟ୍ରୋଲ ହୋଇଛନ୍ତି ।
ସୂଚନା ମୁତାବକ, ପ୍ରିୟଙ୍କା ନିଜ ସହ ନିକ୍‌ଙ୍କ ଏକ ଫଟୋ ଇନ୍‌ଷ୍ଟାରେ ସେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖିଥିଲେ, ଦୁନିଆର ସବୁଠାରୁ ଷ୍ଟାଇଲିସ୍‌ ପୁରୁଷକୁ ଚୁମ୍ବନ ଦେଇ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି। ଷ୍ଟାଇଲିସ୍‌ ଦେବତାଙ୍କ କୃପା ତୁମ ଉପରେ ସବୁବେଳେ ଏମିତି ରହୁ ବୋଲି ଲେଖିଥିଲେ । ଯାହାକୁ ନେଇ ଏବେ ସେ ଟ୍ରୋଲ ହେବାରେ ଲାଗିଛନ୍ତି । ଜଣେ ବ୍ୟବହାରକାରୀ ପ୍ରିୟଙ୍କାଙ୍କୁ ଟ୍ରୋଲ କରି ସବୁଠାରୁ ଷ୍ଟାଇଲିସ୍‌ ପୁରୁଷ ତ ରଜନୀକାନ୍ତ ବୋଲି କହିଥିଲେ ।

ମନ ବଦଳାଇଲେ ନିକ : ପ୍ରିୟଙ୍କାଙ୍କୁ ନେଇ ସ୍ୱିଜରଲ୍ୟାଣ୍ଡରେ କରିବେ ହନିମୁନ୍, ୭ ଦିନ ରୋମାନ୍ସ କରିବେ ନବ ବଧୁ