ବଲିଉଡରେ ବଢ଼ୁଛି ପ୍ରିୟା ପ୍ରକାଶଙ୍କ ଡିମାଣ୍ଡ

ମୁମ୍ବଇ : ମାଲାୟଲମ୍ ଚଳଚ୍ଚିତ୍ର ଗୋଟିଏ ଦୃଶ୍ୟରୁ ରାତାରାତି ଷ୍ଟାର ପାଲଟିଯାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ ଚାହିଦା ଏବେ ଶୀର୍ଷରେ। ପ୍ରିୟାଙ୍କ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଙ୍ଗଲୋ’ ମୁକ୍ତିଲାଭ କରିବା ପୂର୍ବରୁ ତାଙ୍କୁ ଆଉ ଏକ ବଲିଉଡ୍ ଚଳଚ୍ଚିତ୍ରର ଅଫର ମିଳିଛି। ସୂଚନା ଅନୁସାରେ, ମୟଙ୍କ ପ୍ରକାଶ ଶ୍ରୀବାସ୍ତବଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ହ୍ୟାକର୍ସ’ର ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଓ ସେ ଏଥିପାଇଁ ଚୁକ୍ତି ସ୍ୱାକ୍ଷର ମଧ୍ୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ସାଇବର କ୍ରାଇମ୍ ଉପରେ ଆଧାରିତ। ଆସନ୍ତା ମାସ ଶେଷ ପର୍ୟ୍ୟାୟରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଶୁଟିଂ ପାଇଁ ଲକ୍ଷ୍ନୌ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ମୁମ୍ବଇ ଆଦି ସ୍ଥାନ ଚୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରିୟା ପ୍ରଥମେ ମାଲାୟଲମ୍ ଚଳଚ୍ଚିତ୍ର ‘ଓରୁ ଅଦାର୍ ଲଭ୍’ର ଏକ ଗୀତରୁ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଗୀତର ଏକ ଦୃଶ୍ୟରୁ ସେ ରାତାରାତି ଇଣ୍ଟରନେଟ୍ ସେନସେସନ୍ ପାଲଟିଯାଇଥିଲେ। ତା’ପରେ ‘ଶ୍ରୀଦେବୀ ବଙ୍ଗଲୋ’ ଜରିଆରେ ସେ ବଲିଉଡ଼ରେ ପାଦ ଥାପିଥିଲେ।