ରାତି ଅଧରେ ବ୍ରିଜ ଉପରେ ମହିଳାଙ୍କ ନୃତ୍ୟର

ସୁରଟ : ଦର୍ଶକବନ୍ଧୁ ଆପଣଙ୍କ ହାତରେ ନିହାତି ଭାବେ ସ୍ମାର୍ଟ ଫୋନଟେ ତ ଥିବ । ଆଉ ଏଥିରେ ଭଲିକି ଭଳିକି ଆପସ୍ ମଦ୍ୟ ଭର୍ତ୍ତି ହୋଇଥିବ । ଏସବୁ ଭିତରେ ଟିକ୍‌ ଟକ୍ ମ୍ୟୁଜିକାଲ ଆପ୍ ନ ଯେମିତି ହେଲେ ଥିବ । କାରଣ ଏବେ ସମସ୍ତଙ୍କୁ ଏହି ଆପ୍ ବାଇଆ କରିଛି । ଯାହାକୁ ଦେଖିବେ ସମସ୍ତେ ୩୦ ସେକେଣ୍ଡର ଏକ ବଲିଉଡ୍ ମ୍ୟୁଜିକ୍ ଅବା ମଜାଦାର ଡାଏଲଗରେ ଲିପସିଙ୍ଗ କରି ଭିଡିଓ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ସୁରଟରୁ ଏମିତି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୁରଟରେ ଜଣେ ମହିଳା ରାସ୍ତାରେ ବ୍ରିଜ ଉପରେ ରାତି ଅଧରେ ନୃତ୍ୟ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାତି ଅଧରେ ଏମିତି ରାସ୍ତାରେ ସଜେଇ ହୋଇ ଡାନ୍ସ କରୁଥିବା ଦେଖି ଆଶ୍ଚର୍ଯ୍ୟ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଯିଏ ଦେଖୁଛି ସିଏ ବି ଆଶ୍ଚର୍ଯ୍ୟ ହେଉଛି । ଦେଖନ୍ତୁ କିଭଳି ରାସ୍ତା କଡରେ ଗାଡି ଗୁଡିକ ଖୁବ୍ ସ୍ପିଡରେ ଯିବା ଆସିବା କରୁଛନ୍ତି । ହେଲେ ମହିଳା ଜଣଙ୍କ ପୂରା ବେଫିକର ହୋଇ ଭିଡିଓ ବନାଇବାରେ ବ୍ୟସ୍ତ ।

ଏ ଦୃଶ୍ୟ ହେଉଛି ସୁରଟ ଅଠୱା କେବଲ ବ୍ରିଜର । ଗୋଟିଏ ନୁହେଁ, ଏମିତି ଅନେକ ବଲିଉଡ୍ ବିଟରେ ନାଚି ଭିଡିଓ କରିଛନ୍ତି ଏହି ମହିଳା ଜଣକ । କରବା ଚୌଥ୍ ଅବଶରରେ ବ୍ରତ ଭାଙ୍ଗିବା ପରେ ଏମିତି ଭିଡିଓ ପ୍ରସ୍ତୁତ କରିଥିଲେ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଭିଡିଓ ତାଙ୍କ ସ୍ବାମୀ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଯାହାକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଭ୍ୟୁୟର୍ସ ଦେଖିସାରିଲେଣି । ଏହା ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମହିଳାଙ୍କର ଜଣେ ୧୯ ବର୍ଷର ଝିଅଟିଏ ମଧ୍ୟ ଅଛି । ଆଉ ଏହି ଭିଡିଓ ଦେଖିବା ପରେ ଝିଅଟି କି ଶିକ୍ଷା ପାଇବ ଆମେ କହିବା ଦରକାର ନାହିଁ । ଆପଣ ବେଶ୍ ଭଲ ଭାବେ ବୁଝି ପାରୁଥିବେ ।