ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯାହାକୁ ସାରା ଦେଶ ପାଳନ କରିବାକୁ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ତେବେ ରାଜ୍ୟରେ ମଧ୍ୟ ଏହି ନିୟମ ପାଳନ କରିବା ପାଇଁ ଜୋରସୋରେ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ଏହି କର୍ଫ୍ୟୁକୁ ନେଇ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ।

ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କୋରୋନାକୁ ନେଇ ଓଡ଼ିଶାରେ ମଧ୍ୟ ବଢିଲା କଟକଣା । ଓଡିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ପଜିଟିଭ୍ କେସ୍ ଚିହ୍ନଟ ହେବା ପରେ, ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଲାଗୁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ।  ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ରବିବାର ଦିନ ରାଜ୍ୟବ୍ୟାପୀ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ।
ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ, ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି । ସାରା ରାଜ୍ୟରେ ରେଂଟୁରାଂଟ, ବାର୍, କ୍ୟାଂଟିନ୍ ଆଦି ବନ୍ଦ କରିବାକୁ ନିଷ୍ପତି ହୋଇଛି । ଟ୍ୱିନ ସିଟିରେ ଅଡ଼ ଇଭିନ ଅଟୋ ଟ୍ୟାକ୍ସି ଚଳାଚଳ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।