୨୦୧୭ରେ ମିସ୍ ୱାର୍ଲ୍ଡ ହୋଇଥିବା ମାନୁଷୀ ଚିଲ୍ଲର ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡ୍ ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦିବେଦ୍ୱୀଙ୍କ ଆଗାମୀ ଫିଲ୍ମ “ପୃଥୀରାଜ ଚୌହାନ”ରେ ମାନୁଷୀ ରାଣୀ ଭୂମିକାରେ ନଜର ଆସିବେ । ତେବେ ପୃଥୀରାଜଙ୍କ ଭୂମିକାରେ ଅକ୍ଷୟ କୁମାର କାମ କରିବେ ବୋଲି ଠିକ୍ ହୋଇଯାଇଛି । ଯାହାଫଳରେ ଖିଲାଡି କୁମାର ଏବଂ ମାନୁଷୀଙ୍କୁ ପ୍ରଥମଥର ପାଇଁ ଏକାଠି ରୋମାନ୍ସ କରିବାର ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ମହମ୍ମଦ ଘୋରୀଙ୍କ ଭୂମିକାରେ ମାନବ ବିଜ୍ ଙ୍କୁ ଦେଖିବାକୁ ମିଳିବ ।