କୋରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି । କୋଭିଡ-୧୯ରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ସେ ସୂଚନା ଦେଇଛନ୍ତି ।