ଆଜି କନଫ୍ରେନ୍ସ ଅଫ ପାର୍ଟିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣ ୧୧ଟା ୧୫ରେ ଗ୍ରେଟର ନୋଏଡାସ୍ଥିତ ଏକ୍ସପୋ ମାର୍ଟରେ ଜାରି ଥିବା ୧୨ ଦିବସୀୟ କର୍ପ-୧୪ (କନଫ୍ରେନ୍ସ ଅଫ ପାର୍ଟିଜ)କୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ୧୯୬ଟି ଦେଶରୁ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । କର୍ପ-୧୪ ସେପ୍ଟେମ୍ବର ୨ରେ ଆରମ୍ଭ ହୋଇଥିଲା । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କର୍ପ-୧୪ ସମ୍ମିଳନୀରେ ବିଶ୍ୱରେ ଦେଖାଯାଉଥିବା ମରୁସ୍ଥଳୀ ସଂପର୍କିତ ଆଲୋଚନା କରାଯାଉଛି । ଏହି ସମ୍ମିଳନୀ ମାଧ୍ୟମରେ ଭାରତ ମରୁସ୍ଥଳୀକରଣରୁ ଓହରିବାରୁ ସଂଦେଶ ଦେବ ।

ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଚୀନ । ବର୍ଷ ୨୦୧୭ରେ ମଧ୍ୟ ଚୀନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଆଗାମୀ ୨ ବର୍ଷ ଅର୍ଥାତ ୨୦୨୦ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ ଭାରତରେ ଅନୁଷ୍ଠିତ ହେବ । ଭାରତରେ ପ୍ରଥମ ଥର ଏହି ବଡ଼ ଧରଣର କାର୍ଯ୍ୟକ୍ରମ ହେଉଛି । ସୂଚନାଯୋଗ୍ୟ ସଂଯୁକ୍ତ ରାଷ୍ଟ୍ରର ଭୂକ୍ଷରଣ ବିରୋଧରେ ଚାଲିଥିବା ଅଭିଯାନ ମୁଖ୍ୟ ଭାରତ ହୋଇଛି ।  

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏହି ସପ୍ତାହ କଫ୍ରେନ୍ସ ଅଫ ପାର୍ଟିର ଅଧ୍ୟକ୍ଷ ଚୟନ କରାଯାଇଛି ଏବଂ ସେ ଆଗାମୀ ୨ ବର୍ଷ ଯାଏଁ ସଂଗଠନର ଅଧ୍ୟକ୍ଷ ରହିବେ ।