ରଦ୍ଦ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲାଂଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୭ରେ ଯିବାକୁ ଥିବା ବାଲାଂଦେଶ ଗସ୍ତ ରଦ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ ବାଲାଂଦେଶରେ ୩ଜଣ କୋରୋନା ଭାଇରସ ସଂକ୍ରମଣ ଶିକାର ହୋଇଥିବାରୁ ଏହି ଗସ୍ତ ବାତିଲ ହୋଇଯାଇଛି ।

ପ୍ରଧାନମନ୍ତ୍ରୀଙ୍କୁ ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିମନ୍ତ୍ରଣ କରିଥିଲେ । ଢାକାରେ ବାଲାଂଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ସମାରୋହର ଆୟୋଜନ ଅବସରରେ ମୋଦୀ ଏହି ବିଦେଶ ଗସ୍ତ କରିଥାନ୍ତେି । ମୋଦୀ ସେଠାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାଲାଂଦେଶର ନାଗରିକମାନଙ୍କୁ ସମ୍ବୋଧନ କରିଥାନ୍ତେ ।

ଏଥି ସହ ଭାରତର ନୂତନ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ବାଲାଂଦେଶୀ ନାଗରିକଙ୍କ ଚିନ୍ତା ବଢ଼ିଥିବା ବେଳେ ମୋଦୀ ଏବାବଦରେ ଲୋକଙ୍କ ଆଶା ଓ ଆଶଙ୍କାକୁ ଦୂର କରିଥାନ୍ତେ ।  କିନ୍ତୁ ପ୍ରଧାନମନ୍ତ୍ରୀ ଢାକା ଗସ୍ତର ଘୋଷଣା ସେହି ସମୟରେ ହୋଇଥିଲା, ଯେେତେବେଳେ ଭାରତ-ଉଇରୋପୀୟ ସମ୍ମିଳନୀ ପାଇଁ ବ୍ରୁସେଲ୍ସରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା କୋରୋନା ଭାଇରସ ସମ୍ଭାବନା ଦେଖାଯାଇଥିଲା ।