୬୯ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ୧୯୫୦ ମସିହା ସେପ୍ଟେମ୍ବର ୧୫ ତାରିଖରେ ଜନ୍ମଲାଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୬୯ତମ ଜନ୍ମବାର୍ଷିକୀ। ଆଜି ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସଂପର୍କିତ କିଛି ନିଆରା କଥା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମିଥିବା ପ୍ରଥମ ପ୍ରଧାନମନ୍ତ୍ରୀ। ସେ କିଶୋରବସ୍ଥାରୁ ନିଜ ଘର ଛାଡ଼ି ଦେଇଥିଲେ। ଏହା ମଧ୍ୟରେ ସେ ଅନେକ ଆଶ୍ରମରେ ରହି ସାରିଛନ୍ତି। ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବ ସଂଘ(ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ। ୨୦୦୧ ମସିହା ଅକ୍ଟୋବର ମାସରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦୀଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଇସ୍ରାଏଲ୍‌ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। ଲଗାତର ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ। ମୋଦୀ କଡ଼ା ଇସ୍ତ୍ରି ହୋଇଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ତାଙ୍କ ପିଲାଦିନର ଏହି ଅଭ୍ୟାସକୁ ସେ ଏଯାଏ ଛାଡ଼ିପାରି ନାହାନ୍ତି।