ଆଜି ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ରାଲି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମଲୀଳା ମୈଦାନରେ ଧନ୍ୟବାଦ ରାଲି କରିବେ । ଏହି ରାଲିରେ ଅତି କମରେ ୫ଶହରୁ ଅଧିକ ଲୋକ ସାମିଲ ହୋଇପାରନ୍ତି । ଏଥିରେ ବିଜେପିର ୭ ସାଂସଦ, ୨୮୧ ମଣ୍ଡଳ ଅଧ୍ୟକ୍ଷ, ନିଗମ ପାର୍ଷଦ,ପ୍ରକୋଷ୍ଠ ଅଧ୍ୟକ୍ଷ ରାଲିରେ ପହଂଚିବେ । ତେବେ ଏହି ରାଲିରେ ବିଜେପି ନିର୍ବାଚନ ଆରମ୍ଭର ଶଙ୍ଖନାଦ କରିବାର ଯୋଜନା ଥିବା ଜଣାପଡିଛି ।

ଅନ୍ୟପଟେ, କିଛି ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିକୁ ବାଧିତ କରିବା ପାଇଁ ଚେଷ୍ଟା କରି ପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ଗୁଡିକୁ ଏପରି ଇନପୁଟ ରିପୋର୍ଟ ହସ୍ତଗତ ହେବା ପରେ ସୁରକ୍ଷା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ପ୍ରାୟ ୫ ହଜାର ସୁରକ୍ଷାକର୍ମୀ, ସ୍ନାଇପର୍ସ ଏବଂ ଟ୍ରାଫିକ ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ମୁତୟନ ହୋଇଛନ୍ତି ।