ବାବା ବିଶ୍ୱନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରଣାସୀ: ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ସକାଳ ୯ଟା ୪୫ରେ ସେ ବାରଣାସୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଂଚିଥିଲେ । ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଛନ୍ତି । ସେ କାଶୀ ବିଶ୍ୱନାତଙ୍କ ପୂଜା କରି ଆଶୀର୍ବାଦ ନେବାକୁ ପହଂଚିଛନ୍ତି । ଏହା ପରେ ସେ ଲାଲପୁର ସ୍ଥିତ ପଣ୍ଡିତ ଦୀନଦୟାଲ ହସ୍ତକଳା ସଙ୍କୁଳରେ କାର୍ଯ୍ୟକର୍ତାଙ୍କୁ ସମ୍ବୋନ୍ଧିତ କରିବେ ।

ଦଳୀୟ ସୂଚନା ମୁତାବକ, ମୋଦୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେବେ । ସେମାନଙ୍କୁ ସମ୍ବୋନ୍ଧିତ କରିବେ । ଏଥିପାଇଁ ସମୁଦାୟ ୪ଘଂଟାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଭବ୍ୟ ଆୟୋଜନ ମଧ୍ୟ କରାଯାଇଛି ।