ନୂଆଦିଲ୍ଲୀ: କରୋନାକୁ ନେଇ ଲକ୍ ଡାଉନ୍ ଚାଲିଥିବାବେଳେ ଦେଶ ତଥା ବିଶ୍ୱ ଶ୍ରୀଷ୍ଟିଆନ୍ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଇଷ୍ଟର ପାଳନ କରୁଛି ।
ଖ୍ରୀଷ୍ଟ ଧର୍ମର ଲୋକଙ୍କ ଅନୁଯାୟୀ, ଗୁଡ ଫ୍ରାଇଡେର ତୃତୀୟ ଦିନରେ ଯୀଶୁ ପୁନଃଜୀବନ ଲାଭ କରିଥିଲେ । ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିନକୁ ଆନନ୍ଦ ଓ ଉଲ୍ଲାସର ସହ ବଡ ଧୂମଧାମରେ ଖ୍ରୀଷ୍ଟ ଧର୍ମର ଲୋକମାନେ ଇଷ୍ଟର ପାଳନ କରିଥାନ୍ତି। ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏହାକୁ ଇଷ୍ଟର ରବିବାର ଭାବରେ ପାଳନ କରନ୍ତି ।ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି ଯେ ଏହି ଇଷ୍ଟର ଆମକୁ କୋଭିଡ-୧୯ କୁ ସଫଳତାର ସହ ପରାସ୍ତ କରିବା ଏବଂ ଏକ ସୁସ୍ଥ ପୃଥିବୀ ସୃଷ୍ଟି କରିବାର ଶକ୍ତି ଦେବା ଉଚିତ।
ଲୋକକଥା ଅନୁଯାୟୀ ଇଷ୍ଟର ପର୍ବର ପ୍ରଥମ ସପ୍ତାହକୁ ଇଷ୍ଟର ସପ୍ତାହ କୁହାଯାଏ । ଏହି ସମୟ ମଧ୍ୟରେ, ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ପ୍ରାର୍ଥନା କରନ୍ତି ଏବଂ ଉପବାସ ରଖନ୍ତି । ସମସ୍ତ ଚର୍ଚ୍ଚଗୁଡିକ ଇଷ୍ଟର ପର୍ବରେ ସ୍ୱତନ୍ତ୍ର ଭାବରେ ସଜାଯାଇଥାଏ । ଏହି ଦିନ ଚର୍ଚ୍ଚରେ ମହମବତୀ ଜଳାଯାଏ। ଖ୍ରୀଷ୍ଟିଆନ ଧର୍ମର ଅନେକ ଲୋକ ମଧ୍ୟ ଏହି ଦିନ ମହମବତୀ ସହିତ ନିଜ ଘରକୁ ଆଲୋକିତ କରନ୍ତି । ଇଷ୍ଟର ପର୍ବ ଉପଲକ୍ଷେ ସ୍ୱତନ୍ତ୍ର ଭାବରେ ବାଇବଲ ପଢା ଯାଇଥାଏ ।