କୃଷକଙ୍କୁ ମିଳିବ ୩୦୦୦ ଟଙ୍କା ପେନସନ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ କିଷାନ ପେନସନ ଯୋଜନା ଶୁଭାରମ୍ଭର ଘୋଷଣା କରି ପାରନ୍ତି। କୃଷି ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଯୋଜନାକୁ ଲାଗୁ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ପ୍ରାୟ ୧୨ ରୁ ୧୩ କୋଟି କିଷାନଙ୍କୁ ଫାଇଦା ମିଳିବ। ସରକାର ପ୍ରଥମ ପର୍ଯ୍ୟାୟରେ ୫ କୋଟି କିଷାନଙ୍କୁ ପେନସନ୍ ପ୍ରଦାନ କରିବେ। ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ବୟସର ଚାଷୀ ଏହି ଯୋଜନାରେ ସାମିଲ ହୋଇ ପାରିବେ। ୬୦ ବର୍ଷ  ପୂରଣ ହେବା ପରେ କୃଷକଙ୍କୁ ୩୦୦୦ ଟଙ୍କା ମାସିକ ପେନସନ ମିଳିବ। ଯଦି ଯୋଜନାରେ ଉପକୃତ ହେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ ତେବେ ତାଙ୍କର ପତ୍ନୀଙ୍କୁ ୫୦ ପ୍ରତିଶତ ପେନସନ୍ ରାଶି ମିଳିବ। ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।