‘ଓମ’ ଓ ‘ଗାଈ’ର ଶବ୍ଦ ଶୁଣିବା ମାତ୍ରେ କିଛି ଲୋକଙ୍କୁ କରେଣ୍ଟ ଲାଗୁଛି: ମୋଦୀ

ମଥୁରା:କାହ୍ନାର ନଗରୀ ମଥୁରାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଓମ’ ଓ ‘ଗାଈ’ ବାହାନାରେ ବିରୋଧୀଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ ‘ଓମ’ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି ଏବଂ...

ମଥୁରା:କାହ୍ନାର ନଗରୀ ମଥୁରାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଓମ’ ଓ ‘ଗାଈ’ ବାହାନାରେ ବିରୋଧୀଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ ‘ଓମ’ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି ଏବଂ ଆଉ କିଛି ଲୋକଙ୍କ କାନରେ ‘ଗାଈ’ ଶବ୍ଦ ପଡ଼ିବା ମାତ୍ରେ ସେମାନଙ୍କ ଚୁଟି ଠିଆ ହୋଇ ଯାଉଛି ଏବଂ  କରେଣ୍ଟ ଲାଗୁଛି। ସେମାନଙ୍କୁ ଲାଗୁଛି ଯେ ଦେଶ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀକୁ ଚାଲି ଯାଇଛି। ଏମିତି ଲୋକ ହିଁ ଦେଶକୁ ବର୍ବାଦ କରି ରଖିଛନ୍ତି।

ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କୀ ହମଲାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ଏକ ବୈଶ୍ଵିକ ସମସ୍ୟା। ଆଜି ଆତଙ୍କବାଦ ଏକ ବିଚାରଧାରା ପାଲଟି ଯାଇଛି। ପଡ଼ୋଶୀ ଦେଶରେ ଆତଙ୍କବାଦଙ୍କ ଲାଳନ ପାଳନ ହେଉଛି। ଆମେ ସେମାନଙ୍କୁ ଦୃଢତାର ସହ ସାମ୍ନା କରୁଛେ ଓ ଆଗକୁ ମଧ୍ୟ ଏମିତି କରି ଚାଲିଥିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ପ୍ରଶିକ୍ଷଣ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭାରତ ସଂପୂର୍ଣ୍ଣ ସକ୍ଷମ। 

ଧାନମନ୍ତ୍ରୀ କହିଛନ୍ତି ଯେ, ବ୍ରଜଭୂମୀ ସର୍ବଦା ପୂରା ବିଶ୍ଵ ଓ ସମଗ୍ର ମାନବିକତାକୁ ପ୍ରେରିତ  କରିଛି। ଆଜି ପୂରା ବିଶ୍ଵ  ପରିବେଶ ସଂରକ୍ଷଣ ପାଇଁ ରୋଲ୍ ମୋଡେଲର ସନ୍ଧାନରେ ଅଛି ମାତ୍ର ଭାରତ ପାଖରେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ପ୍ରେରଣାଦାୟୀ ସ୍ରୋତ ରହିଛି, ଯାହାଙ୍କ କଳ୍ପନା ହିଁ ପରିବେଶ ପ୍ରେମ ବିନା ଅଧୁରା ରହିଛି। ପ୍ରକୃତି, ପରିବେଶ ଓ ପଶୁଧନ ବିନା ଯେତିକି ଅଧୁରା ଆମର ଆରାଧ୍ୟ ନଜର ଆସୁଛନ୍ତି, ସେତିକି ହିଁ ଅଧୁରାପଣ ଆମକୁ ଭାରତରେ ମଧ୍ୟ ନଜର ଆସୁଛି। ପରିବେଶ ଓ ପଶୁଧନ ସର୍ବଦା ଭାରତର ଆର୍ଥିକ ଚିନ୍ତନର ମହତ୍ଵପୂର୍ଣ୍ଣ ଅଂଶ  ହୋଇ ରହିଛି। 

Spread the love
Categories
ଦେଶ-ବିଦେଶ

RELATED BY