ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ

ନ୍ୟୁୟର୍କ: ଆମେରିକାର ଟେକ୍ସାସରେ ଆୟୋଜିତ ହାଓଡ଼ି ମୋଦୀ କାର୍ଯ୍ୟକ୍ରମରେ ରବିବାର ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ୟୁଏନଏସଜି ସମ୍ମିଳନୀକୁ ସମ୍ବୋଧନ କରିବେ । ଏଠାରେ ମୋଦୀ ଜୟବାୟୁ ପରିବର୍ତ୍ତନ ଓ ଆତଙ୍କବାଦୀ ଉପରେ ନିଜର ମତ ରଖିବେ । 

ନ୍ୟୁୟର୍କ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ ହଜାର କିଲୋ ୱାଟର ‘ଗାନ୍ଧୀ ସୋଲାର ପାର୍କ’ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଦ୍ୱାରା ଏହି ସୌର ଉର୍ଜା ପାର୍କ ସେପ୍ଟେମ୍ବର ୨୪ରେ ଉଦଘାଟନ ହେବ । ପରିବର୍ତ୍ତିତ ଜୟବାୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଗାନ୍ଧୀ ସୋଲାର ପାର୍କ ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଏହି ପାର୍କକୁ ଭାରତ ଉପହାର ସଦୃଶ ଦେଇଛି । ଏହି ପ୍ରକଳ୍ପରେ ପାଖାପାଖି ୧ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ହ୍ୟୁଷ୍ଟନ ସହରସ୍ଥିତ ଏନଆରଜି ଷ୍ଟାଡିୟମରେ ଭାରତର ବିକାଶ ମନ୍ତ୍ର, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଆମେରିକା ସହିତ ସଂପର୍କ, ନ୍ୟୁ ଇଣ୍ଡିଆ ଆଦି ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ ।