ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ତ୍ରିଦେଶୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟର ଅର୍ଥନୈତିକ ରାଜଧାନୀ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନିଜର ୟୁଏଇ ପ୍ରତିପକ୍ଷଙ୍କ ସହ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ, ୟୁଏଇ ଓ ବାହରିନ ଗସ୍ତର ଆଜି ତୃତୀୟ ଦିନ । ଏହି କ୍ରମରେ ସେ ୟୁଏଇର ରାଜଧାନୀ ଆବୁଧାବିରେ ପହଞ୍ଚି ସାରିଛନ୍ତି । ସେଠାରେ ସେ ଆବୁଧାବି କ୍ରାଉନ ପ୍ରିନ୍ସ ଶେଖ ମୋହମଦ ବିନ ଜାୟଦ ଅଲ ନାହ୍ୟାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା ସହ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗ, ଆର୍ଥିକ ସମ୍ବନ୍ଧ ଓ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବକୁ ସୁଦୃଢ କରିବା ନେଇ ଚର୍ଚ୍ଚା ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି । ଅନ୍ୟପଟେ ୟୁଏଇ ସରକାର ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅଡର ଅଫ ଜୟଦ’ ପ୍ରଦାନ କରିବେ । ଏହା ପରେ ମୋଦି ବାହରିନ ଗସ୍ତରେ ଯିବେ।