ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର:ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଓଡ଼ିଶାରେ ୨ଦିନ ରହିବେ । ୨୮ତାରିଖରେ ବ୍ରହ୍ମପୁରସ୍ଥିତ ଗୋପାଳପୁର ଆର୍ମି କଲେଜର ଏକ କାର୍ଯ୍ୟକ୍ରରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା କାଲି ଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ । କାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ସେଠାରୁ ତାଙ୍କ ସ୍ୱାଗତ କରାଯିବା ପରେ ରାଜଭବନ ଯିବେ । ରାଜଭବନରେ କାଲି ରାତ୍ରିଯାପନ କରି ଆସନ୍ତା ୨୮ ତାରିଖ ଦିନ ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରହ୍ମପୁର ଗସ୍ତ କରିବେ । ୨୮ ତାରିଖ ସକାଳ ୬ଟା ୪୫ ମିନିଟ୍‌ରେ ରାମନାଥ କୋବିନ୍ଦ ଭୁବନେଶ୍ୱରରୁ ବାହାରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ୭ଟା ୪୫ରେ ପହଞ୍ଚିବେ। ୮ଟା ୩୫ରୁ ପ୍ରାୟ ଏକ ଘଣ୍ଟା ଯାଏ ଗୋଳାବନ୍ଧ ଆର୍ମି କଲେଜରେ କାର‌୍ୟ୍ୟକ୍ରମରେ ଯୋଗଦେବେ। ସେଠାରେ ଯୋଗ ଦେଇ ସେ ନିଜ ଦୀକ୍ଷାନ୍ତ ଅଭିଭାଷଣ ରଖିବେ । 

କଲେଜର ଅନ୍ୟ କାର‌୍ୟ୍ୟକ୍ରମ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ରାଞ୍ଚି ଅଭିମୁଖେ ଯାତ୍ରା କରିବେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଆଜି କମିଶନରେଟ ପୋଲିସ ପକ୍ଷରୁ କାରକେଡ଼ ରିହର୍ସାଲ କରାଯାଇଛି । ଏହା ସହ ପୋଲିସ କମିସନର ସୁଧାଂଷୁ ଷଢଙ୍ଗୀ ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ସମୀକ୍ଷା କରିଛନ୍ତି ।