ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୭ ଅର୍ଥାତ ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ । 

ଆସନ୍ତାକାଲି ଠାରୁ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାମନାଥ କୋବିନ୍ଦ ଆସନ୍ତାକାଲି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏହାପରେ ସେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ।  ସେଠାରେ ରାତ୍ରି ଭୋଜନ ସାରି ବିଶ୍ରାମ ନେବେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ତାରିଖ ସକାଳେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳକୁ ଯିବେ । ଖୋର୍ଦ୍ଧାରୁ ଫେରି ବାଣୀବିହାର ପ୍ଲାଟିନମ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ ନିଜର ଦୀକ୍ଷାନ୍ତ ଭାଷଣ ରଖିବେ । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତାଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିବେ ।