ଭୁବନେଶ୍ୱର :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ସଭା ଲାଗି ମନୋନିତ କରୁଛନ୍ତି । ଏହି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ଅଛନ୍ତି ଓଡିଶାର ୨ଜଣ ସ୍ୱନାମଧ୍ୟନ ବ୍ୟକ୍ତି । ବିଶିଷ୍ଟ ପଥର ସ୍ଥପତି ପଦ୍ମ ବିଭୁଷଣ ଡକ୍ଟର ରଘୁନାଥ ମହାପାତ୍ର ଓ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟ ସଭା ଲାଗି ମନୋନିତ କରିଛନ୍ତି ରାଷ୍ଟ୍ରପତି । ଅନ୍ୟ ଦୁଇଜଣ ହେଇଛନ୍ତି ବିଶିଷ୍ଟ କୃଷକ ନେତା ରାମା ସାକାଲ ଓ ବିଶିଷ୍ଟ ସମ୍ଭକାର ରେକେଶ ସିହ୍ନା । ରାଷ୍ଟ୍ରପତି ଏମାନଙ୍କୁ ରାଜ୍ୟ ସଭାର ସାଂସଦ ଭାବେ ମନୋନିତ କରୁଛନ୍ତି ।