ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କ ଆବାସରେ କେବଳ ଇଫତାର ନୁହେଁ କୌଣସି ଧାର୍ମିକ ଉତ୍ସବ ଆୟୋଜନ ହେବନାହିଁ । ଟିକସଦାତାଙ୍କ ପଇସାରେ ଏପରି ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜୁଲାଇ ୨୦୧୭ ରେ ଦାୟୀତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏନେଇ  ନିର୍ଦ୍ଦେଶ ଦେଇଥିଲେ । ଧର୍ମନିରପେକ୍ଷତା ନୀତି ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଥିବା ଟ୍ବିଟ୍ କରି ଜଣାଇଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ୍ ସେକ୍ରେଟାରୀ ଆଶୋକ ମାଲିକ । ପ୍ରତ୍ୟେକ ଧର୍ମର ବିଭିନ୍ନ ପର୍ବ ପର୍ବାଣୀ ଓ ଉତ୍ସବ ଅବସରରେ ରାଷ୍ଟ୍ରପତି ବିଭିନ୍ନ ସଂପ୍ରଦାୟକୁ ଶୁଭେଚ୍ଛା ଜଣାଇଥାନ୍ତି । କିନ୍ତୁ ରାଷ୍ଟ୍ରପତି ଭବନ ଏକ ସରକାରୀ ଅଟ୍ଟାଳିକା ବା ପବ୍ଲିକ ବିଲ୍ଡିଂ ହୋଇଥିବାରୁ ସେଠାରେ ଉତ୍ସବର ଆୟୋଜନକୁ ବାରଣ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପୂର୍ବରୁ  ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍ ମଧ୍ୟ ଇଫତାର ଆୟୋଜନକୁ ନା କହିଥିଲେ ।