କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ୩ଟି କୃଷି ବିଲ୍ ଉପରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂସଦର ଉଭୟ ଗୃହରେ ପାରିତ ପରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଅନୁମୋଦନ ପରେ କୃଷି ବିଲ୍ ଆଇନରେ ପରିଣତ ହୋଇଛି।

ଆଇନରେ ପରିଣତ ହୋଇଥିବା ୩ ବିଲ୍‌ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ବିଲ୍‌ ୨୦୨୦।

କୃଷି ବିଲ୍‌କୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। ଗତକାଲି ଏହି ବିଲ୍‌କୁ ଚାଷୀ ମାରଣା କହି ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ଏନଡିଏକୁ ବାଏବାଏ କହିଥିଲା। ଏଥିସହ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଚାଷୀମାନେ ନୂଆ କୃଷି ବିଲ୍‌କୁ ଜୋରଦାର ବିରୋଧ କରୁଛନ୍ତି।