ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦଙ୍କ ଦରମାର ୩୦% କଟିବ

ନୂଆଦିଲ୍ଲୀ:

କରୋନା କାରଣରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦଙ୍କର  ଦରମାର ୩୦% କଟିବ । ଏ ନେଇ ଆଜି କ୍ୟାବିନେଟ୍ ପକ୍ଷରୁ ନିଷ୍ପତି ନିଆଯାଇଛି । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାରୁ ବାର୍ଷିକ ୩୦ କାଟି ଦିଆଯିବ।

କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସେମାନେ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏପରି ନିଷ୍ପତି ନେଇଥିଲେ। ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ ୩୦% ଦରମା ଦେବେ।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ‘ସାଲାରି, ଆଲଉନ୍ସେସ୍‌ ଆଣ୍ଡ ପେନସନ୍‌ ଅଫ୍‌ ମେମ୍ବରସ୍‌ ଅଫ୍‌ ପାର୍ଲାମେଂଟ ଆକ୍ଟ ୧୯୫୪’ରେ ପରିବର୍ତନ ଆଣି ଏକ ବିଧେୟକ ପାରିତ କରିଛି। ଏହାଫଳରେ ଦରମା ଏବଂ ଭତ୍ତା ଚଳିତ ଏପ୍ରିଲ ୧ ତାରିଖରୁ ୧ ବର୍ଷ ଯାଏ ଲାଗୁ ହେବ।

ଏତଦ୍‌ବ୍ୟତୀତ ସମସ୍ତ ସାଂସଦଙ୍କ ପାଣ୍ଠି ମଧ୍ୟ ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍‌ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।