ଦଶହରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଦେଶର କୋଣ ଅନୁକୋଣରେ ଚାଲିଛି ଜଗତ ଜନନୀ ମହିଷାମର୍ଦ୍ଦିନୀ ମା’ ଦୂର୍ଗାଙ୍କ ଆରାଧନା । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ବିଜୟା ଦଶମୀରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପର୍ବ ମାଧ୍ୟମରେ ସତ୍‌ମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ, ସମସ୍ତଙ୍କ ପାଇଁ ଏହି ପର୍ବ ଖୁସି ଓ ସମୃଦ୍ଧି ନେଇ ଆସୁ ବୋଲି ରାଷ୍ଟ୍ରପତି କହିଛନ୍ତି ।

ସେହିପରି ବିଜୟା ଦଶମୀରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ଅଟେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କଚ ପବିତ୍ର ବିଜୟା ଦଶମୀର ଶୁଭକାମନା ଜଣାଇଛନ୍ତି  ।