ମିଲାଦ-ଉନ୍‌ ନବୀ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପୁରୁଷ ମହମ୍ମଦ୍‌ଙ୍କ ଜନ୍ମଦିନ ‘ମିଲାଦ୍‌-ଉନ୍‌-ନବୀ’ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଟୁଇଟର୍‌ରେ ଲେଖିଛନ୍ତି: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ‘ମିଲାଦ୍‌-ଉନ୍‌-ନବୀ’ ଅବସରରେ ନାଗରିକମାନଙ୍କୁ, ବିଶେଷକରି ଭାରତ ଏବଂ ବିଦେଶରେ ଥିବା ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ମଙ୍ଗଳ ଲାଗି ଆମକୁ କାମ କରିବା ପାଇଁ ତାଙ୍କର ବିଶ୍ୱ ଭ୍ରାତୃତ୍ୱଭାବ ଓ ଅନୁକମ୍ପାର ବାର୍ତ୍ତା ପ୍ରେରଣା ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି: ମିଲାଦ୍‌-ଉନ୍‌-ନବୀ ଅବସରରେ ଅଭିନନ୍ଦନ। ମହାପୁରୁଷ ମହମ୍ମଦଙ୍କ ବିଚାରଧାରେ ଅନୁପ୍ରାଣିତ ହୋଇ ଆଜିର ଦିନ ସମାଜରେ ସଦ୍‌ଭାବନା ଓ ସହାନୁଭୂତିର ଉଚ୍ଛ୍ୱାସ ଦୃଢ଼ତର କରୁ। ଚାରିଆଡ଼େ ଶାନ୍ତି ବିରାଜମାନ କରୁ।