ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି, ଦୀପାବଳିର ପବିତ୍ର ବେଳାରେ ନାଗରିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚାଲନ୍ତୁ, ଏଇ ଦିନରେ ସ୍ନେହ, ଯତ୍ନ ଏବଂ ଆଦାନପ୍ରଦାନ କରି ସ୍ୱଳ୍ପ ସୌଭାଗ୍ୟବାନ ଏବଂ ଅଭାବୀ ଲୋକମାନଙ୍କ ଜୀବନରେ ସୁଖ ଆଣିବାକୁ ଉଦ୍ୟମ କରିବା।

ପ୍ରତ୍ୟୁଷରେ ପଠାଇଥିବା ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏଇ ପାବନ ଉତ୍ସବ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ଲୋକମାନଙ୍କ ଜୀବନ ଆଲୋକିତ କରୁ ଏବଂ ଚାରିଆଡ଼େ ଆନନ୍ଦ ବିରାଜମାନ କରୁ।