ନୂଆଦିଲ୍ଲୀ:ଭାରତୀୟ ନାଗିରିକ ଏବେ ବିନା ଭିଜାରେ ବ୍ରାଜିଲ ଯାଇପାରିବେ। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏହି ଘୋଷଣା କରିଛନ୍ତି। ଏଣିକି ଭାରତ ଏବଂ ଚୀନର ବ୍ୟାପାର ସହ ଜଡିତ ଲୋକମାନେ ବ୍ରାଜିଲ ଯିବା ପାଇଁ ଭିଜାର ଆବଶ୍ୟକତା ପଡିବ ନାହିଁ।
ଚଳିତ ବର୍ଷ ଶାସନରେ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ବିକଶିତ ଦେଶଗୁଡିକ ପାଇଁ ଭିଜାର ଆବଶ୍ୟକତା ବ୍ୟବସ୍ଥା ସମାପ୍ତ କରିଛନ୍ତି। ଜେୟର ଚୀନକୁ ଅଧୀକାରିକ ଗସ୍ତ ସମୟରେ ଏଭଳି ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ବିକାଶଶୀଳ ରାଷ୍ଟ୍ର ପାଇଁ ବ୍ରାଜିଲ ଭିଜା ନିୟମରେ ପରିବର୍ତ୍ତନ ଆଣିଛି।
ଚଳିତ ବର୍ଷ ଆରମ୍ଭରୁ ବ୍ରାଜିଲ ସରକାର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ଯାତ୍ରୀଙ୍କୁ ବ୍ୟାପାର ସହ ଜଡିତ ଲୋକଙ୍କୁ ଭିଜାର ଆବଶ୍ୟକତା ବ୍ୟବସ୍ଥା ସମାପ୍ତ କରିଛନ୍ତି। କିନ୍ତୁ ଏହି ସବୁ ଦେଶମାନେ ବ୍ରାଜିଲ ନାଗରିକଙ୍କ ପାଇଁ ଭିଜା ବ୍ୟବସ୍ଥାରେ କୌଣସି କୋହଳ କରି ନାହାଁନ୍ତି।