ପିଏମ କେୟାର୍ସ ଫଣ୍ଡକୁ ଏକ ମାସର ଦରମା ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋରୋନା ଭାଇରସ ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସେ ଏହି ସଙ୍କଟ ସମୟରେ ଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ କରି ” ପିଏମ କେୟାର୍ସ ଫଣ୍ଡକୁ ଏକ ମାସର ଦରମା ଦେବାକୁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରାଯାଇଛି” । କୋଭିଡ -୧୯ କୁ ପରାସ୍ତ କରିବାକୁ ସେ ସମସ୍ତ ନାଗରିକଙ୍କୁ ମଧ୍ୟ ନିବେଦନ କରିଛନ୍ତି।ଟ୍ୱିଟ୍ ଅନୁଯାୟୀ, ତାଙ୍କ ପଦକ୍ଷେପକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନର ଅନ୍ୟ କର୍ମଚାରୀମାନେ ମଧ୍ୟ ପିଏମ-କେୟାର୍ସ ପାଣ୍ଠିରେ ସହଯୋଗ କରୁଛନ୍ତି।ରାଷ୍ଟ୍ରପତି ଭବନର ଏହି ଟ୍ୱିଟ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘ରାଷ୍ଟ୍ରପତି ଜୀ ଆପଣ ଦେଶକୁ ପ୍ରେରଣା ଦେଉଛନ୍ତି’ ।