ପୁଣି ଭାରରେ ବୁହା ହେଲେ ଗର୍ଭବତୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଛି ପାରିଲାନି ଦଶମନ୍ତପୁର ବ୍ଲକ ଆମ୍ଵପଦର ଗାଁରେ। ଫଳରେ ଭାରରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବତୀ।

ସରକାରୀ ବ୍ୟବସ୍ଥାରେ ୫ଟି ଏବଂ ମୋ ସରକାର କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏଯାଏଁ ଗାଁକୁ ନାହିଁ ଭଲ ରାସ୍ତା। ଫଳରେ ଆଜି ପୁଣି ଜଣେ ଗର୍ଭବତୀ ଭାରରେ ବୁହା ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କୋରାପୁଟ ଦଶମନ୍ତପୁର ବ୍ଲକ ଆମ୍ଵପଦର ଗାଁରେ ବିକାଶର ଏଭଳି ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ ଆଜି ଆମ୍ଵପଦର ଗାଁରେ ଆମ୍ଵୁଲାନ୍ସ ପହଁଚି ପାରିଲାନି। ଏହାପରେ ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ବୋହି ମାଣ୍ଡ୍ରାଗାଁ ମେଡିକାଲରେ ଭର୍ତ୍ତି କରିଛନ୍ତି।

ତେବେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଯାହାକି ଏବେ ସର୍ବସାଧାରଣରେ ସମାଲୋଚନାର ବିଷୟ ପାଲଟିଛି।