‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଶୋ’ର ଗ୍ରାଣ୍ଡ୍‌ ଫିନାଲେ ପର୍ଯ୍ୟାୟକୁ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲା। ପ୍ରୀତିଙ୍କ ସହିତ ଏଥିରେ ମୌଲୀ, ସ୍ନେହା ଶଙ୍କର, ହର୍ଷିତ୍‌ ନାଥ, ଅଙ୍କୋନା ମୁଖାର୍ଜୀ ଓ ନିଷ୍ଠା ଶର୍ମା ରହିଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ପ୍ରୀତି ବାଜି ମାରି ନେଇଥିଲେ। ଶୋ’ର ପ୍ରାୟ ପ୍ରତ୍ୟେକ ଅଧ୍ୟାୟରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ରହୁଥିଲା ଓ ସେ ବହୁତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ।

ଏହି ଶୋ’ରେ ଚାରି ଜଣ କ୍ୟାପ୍‌ଟେନ୍‌ ରହିଥିଲେ। କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ କରି ଦିଆଯାଇଥିଲା। ପ୍ରତିଯୋଗୀମାନେ କିପରି ଭଲ ଭାବେ ଗୀତ ଅଭ୍ୟାସ କରିବେ ଓ ଷ୍ଟେଜ୍‌ରେ ଭଲ ଭାବେ ଗାଇବେ- ସେ ଦାୟିତ୍ୱ ଏହି କ୍ୟାପ୍‌ଟେନ୍‌ମାନଙ୍କ ଉପରେ ନ୍ୟସ୍ତ ଥିଲା। ନିତିନ କୁମାର, ସଲମାନ୍‌ ଅଲି, ଜ୍ୟୋତିକା ତଙ୍ଗରୀ ଓ ସଚିନ କୁମାର ବାଲ୍ମୀକି ଶୋ’ରେ କ୍ୟାପ୍‌ଟେନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେହିପରି ଶୋ’ରେ ହିମେଶ ରେଶମିଆ, ଅଲ୍‌କା ୟାଗ୍‌ନିକ୍ ଓ ଜାଭେଦ ଅଲି ଜଜ୍‌ ହୋଇଥିଲେ।

‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ପରେ ସୋନି ଟିଭିରେ ଆଉ ଏକ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌ ସିଜନ୍‌ ୧୧’ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଅଡିସନ୍‌ ଚାଲିଛି। ଏହି ଶୋ’ରେ ଜଜ୍‌ ସିଟ୍‌ରେ ଅନୁ ମଲିକ, ବିଶାଲ୍ ଦଦଲାନି ଓ ନେହା କକ୍କର ବସିବେ।

Spread the love
Categories
ମନୋରଞ୍ଜନ

RELATED BY