ସହିତଙ୍କ ଲାଗି ଲୁହ ଗଡାଉଛି ଦେଶ : ଲାଜ ସରମ ଛାଡି ନିଜ ସ୍ତ୍ରୀ ସହ ଅର୍ଦ୍ଦନଗ୍ନ ଫଟୋ ସେୟାର କଲେ ପ୍ରତୀକ ବବ୍ବର

ମୁମ୍ୱାଇ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମାନଙ୍କ ଲାଗି ସାରା ଦେଶ ଲୁହ ଗଡାଉଛି । ଦେଶବାସୀ ଶୋକ ପାଳନ କରୁଛନ୍ତି । ହେଲେ ଦେଶର ଏଭଳି ସ୍ଥିତିରେ ଲାଜ ସରମ ଭୁଲି ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ସହ ଅର୍ଦ୍ଧନଗ୍ନ ଫଟୋ ସେୟାର କରିଛନ୍ତି ପ୍ରତୀକ ବବ୍ବର । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଏଭଳି ଦୁଃଖଦ ସମୟରେ ଏଭଳି ଅର୍ଧନଗ୍ନ ଫଟୋ ପୋଷ୍ଟ କରିବା ଫଳରେ ଅନେକ ଦର୍ଶକ ତାଙ୍କୁ ନିନ୍ଦା କରିଛନ୍ତି।

ବଲିଉଡ ଅଭିନେତା ପ୍ରତୀକ ବବ୍ବର ପ୍ରେମିକା ସ୍ନାୟା ସାଗରଙ୍କ ସହ ୨୨ଜାନୁଆରୀରେ ବିବାହ କରିଛନ୍ତି। ଅଭିନେତ୍ରୀ ସ୍ମୀତା ପାଟିଲ ଓ ଅଭିନେତା ରାଜ ବବ୍ବରଙ୍କ ପୁଅ ପ୍ରତୀକ ବବ୍ବର ନେସଲେ ଓ କିଟକାଟ ବିଜ୍ଞାପନରେ ପ୍ରଥମ ଥର ପାଇଁ  ଦେଖିବାକୁ ମିଳିଥିଲେ। ଅଭିନୟ କରିବା ପୂର୍ବରୁ ସେ ନିର୍ମାତା ସହଯୋଗୀ ଭାବେ କାମ କରୁଥିଲେ। ୨୦୦୮ ମସିହାରେ ସେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ। ବଲିଉଡ ଚଳଚ୍ଚିତ୍ର “ଜାନେ ତୁ ୟା ଜାନେ ନାରେ” ଡେବ୍ୟୁ କରିଥିଲେ ପ୍ରତୀକ।  କିନ୍ତୁ ପ୍ରତୀକ ତାଙ୍କ ଅଭିନୟ ପାଇଁ କମ ଓ ଅନେକ ବିବାଦୀୟ ଘଟଣା ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଦୁହିଁଙ୍କ ବିବାହ ମହାରାଷ୍ଚ୍ରିୟାନ ଷ୍ଟାଇଲରେ ହୋଇଥିଲା। ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ବିବାହ ପରେ ଉଭୟଙ୍କର ପ୍ରଥମ ଭାଲେଣ୍ଟାଇନ ଡେ ବେଶ ଖାସରେ ପାଳନ ହୋଇଛି। ପ୍ରତୀକ ବବ୍ବର ନିଜ ଇଣଷ୍ଟାଗ୍ରାମ ଆକାଉଣ୍ଟରେ ସ୍ତ୍ରୀ ସ୍ନାୟା ସାଗରଙ୍କର ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ଇଣ୍ଟରନେଟରେ ରେକର୍ଡ କରିଛି।  
ଫଟୋରେ ପ୍ରତୀଙ୍କୁ ସର୍ଟଲେସ ଓ ସର୍ଟ୍ସରେ ଦେଖିବାକୁ ମିଳିଛି ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଟପଲେସ ଥିଲେ। ଉଭୟଙ୍କ କ୍ୟାମେଷ୍ଟ୍ରି ଫଟୋକୁ ଆହୁରି ବୋଲ୍‌ଡ ତଥା ହଟ୍‌ କରିଛି। ସାଧାରଣତଃ ଷ୍ଟାରମାନେ ରୋମାଣ୍ଟିକ ଫଟୋ ସେୟାର କରନ୍ତି ତେବେ ପ୍ରତୀକଙ୍କର ଏହି ପୋଷ୍ଟ ଅନେକ ଦର୍ଶକଙ୍କୁ ଆଚମ୍ୱିତ କରିଛି। ଦୁହିଁଙ୍କର ଏହି ଫଟୋ ଦେଖିଲା ପରେ ପ୍ରଶଂସକଙ୍କ ଖୁବ୍‌ ଖରାପ କମେଣ୍ଟ କରିଛନ୍ତି।