ବିଜୟଙ୍କ ରଥରେ ପ୍ରତାପ ସାରଥୀ

ପାଟକୁରା : ପାଟକୁରା ନିର୍ବାଚନ ନିଦ ହଜାଇଲାଣି। ମାଳମାଳ ନେତା ଏବେ ପାଟକୁରାରରେ । ଏହି ଅବସରରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ବିଜେପିର ହେବି ଓ୍ବେଟନେତା ଏବେ ପାଟକୁରାରରେ ।  ବିଜୟଙ୍କୁ ବିଧାନସଭାକୁ ପଠାଇବା ପାଇଁ ପଣ କରିଛନ୍ତି ପ୍ରତାପ । ପାଟକୁରା ନିର୍ବାଚନ ପାଇଁ ଆଉ ମାତ୍ର ୧୦ଟି ଦିନ ବାକି ରହିଥିବା ବେଳେ ବିଜୟଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିନରୁ ରାତି, ଖରାରୁ ବର୍ଷା । ବିଜୟଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ମୋଦିଙ୍କ ମନ୍ତ୍ରୀ । ଆଉ ବିଜୟଙ୍କ ବିଜୟ ପାଇଁ ଭୋଟ ଅପିଲ କରିଛନ୍ତି ପ୍ରତାପ । ଗୋଟିଏ ଗାଡିରେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ । ପାଟକୁରା ପ୍ରଚାର ମୈଦାନରେ ‘ବିଜୟ’ଙ୍କ ରଥରେ ସାରଥୀ ସାଜିଛନ୍ତି ପ୍ରତାପ । ଏଭଳି ଦୃଶ୍ୟ ଆଜି ପାଟକୁରାରେ ଦେଖିବାକୁ ମିଳିଛି ।

ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହେଉଥିବା ବେଳେ ପ୍ରଥମଥର ପାଇଁ କୌଣସି କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସକାଳୁ ଆରମ୍ଭ ହୋଇଥିବା ମାରାଥନ ପ୍ରଚାର ଅପରାହ୍ନ ଦେଇ ରାତି ଯାଏଁ ପ୍ରଚାର କରିଛନ୍ତି ପ୍ରତାପ । ଆଉ ଏହା ଭିତରେ ବର୍ଷାକୁ ଖାତିର ନକରି ବିଜୟଙ୍କ ବିଧାନସଭା ରାସ୍ତାକୁ ପ୍ରଶମିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।