ପୁଲୱାମା ଆକ୍ରମଣ ବର୍ଷେ ପୂର୍ତି: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ । ତେବେ ଏଥିରେ ସହିଦ୍ ହୋଇଥିବା ୪୦ଜଣ ସହିଦ ଯବାନଙ୍କୁ ଦେଶବ୍ୟାପି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଏମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ସହିଦ ଯବାନଙ୍କୁ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୀର ସହିଦ ଯବାନଙ୍କୁ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶ ପାଇଁ ବୀର ଯବାନଙ୍କ ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ ।


ସେହିପରି ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ କରି କହିଛନ୍ତ ଯେ, ଦେଶର ମାଟି, ପାଣି, ପବନ କେବଳ ସାହସୀ ଓ ବଳିଦାନ ଦେଉଥିବା ବୀର ଯବାନଙ୍କ ପାଇଁ ବଚିଂଛି । ଭାରତ ଆଜି ଶ୍ରେଷ୍ଠ ରାଷ୍ଟ୍ର ହେବାରେ ଯବାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ନିଜର ବର୍ତମାନକୁ ବଳିଦାନ ଦେଇ ଭବିଷ୍ୟତର ସୁରକ୍ଷା କରୁଛନ୍ତି। ଯାହାର ଉଦାହରଣ ହେଉଛନ୍ତି ଓଡ଼ିଶାର ସହିଦ ବୀର ଯବାନ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁ।

ସେମାନଙ୍କ ବଳିଦାନ ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇ ରହିବ । ସହିଦ ଦିବସ ଅବସରରେ ଓଡିଶାର ଦୁଇ ବୀର ସୁପୁତ୍ର ମାନଙ୍କୁ ମୋର ସଂଗ୍ରାମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।