ପ୍ରତାପ ଜେନାଙ୍କୁ ମନ୍ତ୍ରୀ ନମ୍ବର ୱାନ୍ ପୁରସ୍କାର

ଫେମ୍ ଇଣ୍ଡିଆ ମ୍ୟାଗାଜିନରେ ସଫଳ ମନ୍ତ୍ରୀର ପରିଚୟ ହାସଲ କଲେ ପ୍ରତାପ ଜେନା

ଭୁବନେଶ୍ୱର: ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା,ବ୍ୟକ୍ତିତ୍ୱ,ଇମେଜ,ପ୍ରଭାବ ଓ ନିଜବିଭାଗକୁ ଠିକଭାବରେ ବୁଝିବା, ଦୂରଦର୍ଶିତାର ସହ କାମ କରିବା, କାମ କରିବା ଶୈଳୀ ସାଙ୍ଗକୁ ଲୋକପ୍ରିୟତା ଆଦିକୁ ବିଚାରକୁ ନେଇ ଦେଶର ପ୍ରତିଷ୍ଠିତ ପତ୍ରିକା ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ନମ୍ବର-୧ ବିବେଚିତି ହୋଇଛନ୍ତ୍ରି ମନ୍ତ୍ରୀ ପ୍ରତାପଜେନା । ଦିଲ୍ଲୀରେ ତାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ସମ୍ମାନିତ କରାଯବୋଲି ଘୋଷଣା କରାଯାଇଛି ।
ପଲିଟିକାଲ କ୍ୟାରିୟର : ୩ ଜୁନ୍ ୧୯୬୬ ମସିହାରେ ଜନ୍ମ ପ୍ରତାପ ଜେନାଙ୍କ ଜନ୍ମ । ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ହାସଲ କରିଥିଲେ । ୧୯୮୫ରେ ରେଭେନ୍ସା କଲେଜରେ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚନ ଲଢ଼ିଥିଲେ । ପୁଣି ୧୯୯୦-୯୧ରେ ସେ ମଧୁସୁଦନ ‘ଲ କଲେଜ’ରେ ଛାତ୍ର ସଂଘର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ୧୯୯୨ରେ ତାଙ୍କର ଲୋକପ୍ରିୟତା ଦେଖି ତାଙ୍କୁ ଛାତ୍ର ଜନତା ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ୨୦୦୦ରେ ବିଜୁଜନତା ଦଳ ତାଙ୍କୁ କିଶୋରନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ । ଆଉ ସେଠାରେ ପ୍ରତାପ ବିଜୟୀ ହୋଇଥିଲେ । ଏହାପରେ ପ୍ରତାପ କେବେବି ଆଉ ପଛକୁ ଫେରିନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତାପ ଆଜି ପର୍ଯ୍ୟନ୍ତ କେବେ ହେଲେ ନିର୍ବାଚନରେ ପରାଜୟର ସାମ୍ନା କରିନାହାନ୍ତି । ତାଙ୍କ ଲୋକପ୍ରିୟତା ଦିନ ଦିନକୁ ବଢ଼ିବାରେ ଲାଗିଛି । ପ୍ରତାପ ୨୦୦୯ ମସିହାରେ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ । ପୁଣି ୨୦୧୪ରେ ମାହାଙ୍ଗାରୁ ବିଜୟ ହୋଇଥିଲେ । ତାପରେ ମେ’ ୨୦୧୭ରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରାଯାଇ ପ୍ରତାପଙ୍କୁ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା । ମେ’ ୨୦୧୮ରେ ସେ ପୁଣି ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶାର ବିକାଶ ପାଇଁ ପ୍ରତାପ ଅନେକ ଯୋଜନା କରିଛନ୍ତି । ସେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ, ନୂଆ ଜଜ୍ ନିଯୁକ୍ତି, ରକ୍ତ ଦାନ ଶିବିର, ସ୍ୱଚ୍ଛତା, ପରିବାର ନିୟୋଜନ ଓ ସ୍ୱାସ୍ଥ୍ୟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ପ୍ରତାପ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଛନ୍ତି । ପୁଣି ୨୦୧୯ ନିର୍ବାଚନରେ ପ୍ରତାପ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ହୋଇ ନବୀନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ପଂଚାୟତରାଜ, ନଗର ଉନ୍ନୟନ ଓ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୂଚନାରୂପେ ତୁଲାଉଛନ୍ତି ।

ସହର ବିକାଶ ମନ୍ତ୍ରୀ ଭାବେ ପ୍ରତାପ ଜେନା ଓଡ଼ିଶାର ବହୁ ମହାନଗରର ବିକାଶ କରିଛନ୍ତି । ପଂଚାୟତରାଜ ଏବଂ ଜଳ ସଂଶୋଧନ ମନ୍ତ୍ରୀ ଥିବା ସମୟରେ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଯୋଗୁଁ ସେ ଚର୍ଚ୍ଚାରେ ରହିଥିଲେ । ସେହି ସମୟରେ ସେ ଚଳିତବର୍ଷ ଡିସେମ୍ବର ମଧ୍ୟରେ ସମସ୍ତ ଘରେ ପାଣି ପାପ୍ର ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ସେହି ପ୍ରତିଶ୍ରୁତି ଅଧାରୁ ଅଧିକ କାର୍ଯ୍ୟ କରିଥିବାବେଳେ ଧାର୍ଯ୍ୟ ସମୟ ସୁଦ୍ଧା ଶେଷ ହେବା ପାଇଁ ବର୍ତମାନ ମଧ୍ୟ ସେହି ଯୋଜନାରେ କାର୍ଯ୍ୟକାରୀ ଚାଲିଛି । ଆଇନ ମନ୍ତ୍ରୀ ଭାବେ ପ୍ରତାପ ଜେନା ବହୁଦିନ ଧରି ଚାଲିଥିବା ମାମଲାକୁ ସମାଧାନ କରିବା ପାଇଁ ବ୍ଲକ ସ୍ତରରେ ୧୧୫ଟି ନୂତନ ସିଭିଲ ଜଜ୍(ଜୁନିଅର ଡିଭିଜନ) ଏବଂ ନ୍ୟାୟିକ ମାଜିଷ୍ଟେଟ ପ୍ରଥମ ଶ୍ରେଣୀ(ଜେଏମଏଫସି) ଅଦାଲତ ଖୋଲିବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ରକ୍ତଦାନ ଶିବିର ଏବଂ ପରିବାର ନିୟୋଜନ ଏବଂ ସ୍ୱଚ୍ଛତା ବିଷୟରେ ଲୋକଙ୍କୁ ସତର୍କତା କରିବା ପାଇଁ ବହୁ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ପ୍ରତାପ ଜେନା ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ସେ ଯେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ସେତେବେଳେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେ କି ୟୁନିଭର୍ସାଲ ଆଇ ହେଲଥ୍ ପ୍ରୋଗ୍ରାମ(ୟୁଇଏଚପି) ପ୍ରସ୍ତୁତ କରିଥିଲେ । ସେ ବହୁ ସାମାଜିକ ସଂଗଠନରେ ସିଧାସଳଖ ଯୋଡି ହୋଇ ବିକାଶ ପାଇଁ ଚେଷ୍ଟା କରିଛନ୍ତି । ଏହାବ୍ୟତୀତ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ସାମୂହିକ ବୃକ୍ଷରୋପଣ ଏବଂ ଗ୍ରାମୀଣ ସଫେଇ ଅଭିଯାନରେ ନେତୃତ୍ୱ ନେଇ ତାହା ସଫଳ କରିଛନ୍ତି । ତାଙ୍କୁ ଖାଲି ସମୟରେ ଉପନ୍ୟାସ ଓ ଆତ୍ମକଥା ପଢ଼ିବାକୁ ଭଲଲାଗେ । ଏହାସହିତ ଗୀତ ଶୁଣିବା ଏବଂ ନୂଆ ସ୍ଥାନ ବୁଲିବାକୁ ଖୁବ୍ ପସନ୍ଦ ।