ଭୁବନେଶ୍ୱର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇ ଦେଇଛନ୍ତି । କରେନା ପରିପ୍ରେକ୍ଷୀରେ ସରକାର ଏହି ସୁବିଧା ପ୍ରଦାନ କରିଥିବାବେଳେ ଜନ ସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଛି ।
ରାଜ୍ୟର ମହାନଗରନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରମୀ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମଇମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲା । ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଟିକସ ପଇଠ କରିପାରିନଥିବାରୁ ରାଜ୍ୟ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସହରାଞ୍ଚଳ ଲୋକେ ଉପକୃତ ହେବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ଶ୍ରୀ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକେ କିଭଳି ସହଜରେ ଟିକସ ପଇଠ କରିପାରିବେ ତାହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ରିହାତି ଅବଧି ବୃଦ୍ଧି ଦ୍ୱାରା କରଦାତାମାନେ ଏହାର ଫାଇଦା ପାଇବା ସହିତ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଉଥିବାବେଳେ ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।