ତାଲଦଣ୍ଡା କେନାଲ ଉପରେ ବ୍ରିଜ୍ ଲୋକାର୍ପିତ କଲେ ପଂଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

କଟକ: କଟକ ବଡମେଡିକାଲ ନିକଟରେ ତାଲଦଣ୍ଡା କେନାଲ ଉପରେ ବ୍ରିଜ୍ ଉଦଘାଟିତ ହୋଇଛି । ଏଠାରେ ବ୍ରିଜ ନିର୍ମାଣ ପାଇଁ ବହୁ ଦାବି ହେବା ପରେ ତେବେ ରାଜ୍ୟସରକାର ୬କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ପଂଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହଯୋଗରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କଟକ ସହରକୁ ଆହୁରି ବିକାଶ କରିବା କାର୍ଯ୍ୟକ୍ରମ ଚାଲିଛି । ତାସହ କଟକରେ ଯେଉଁ ଜାଇକା ବା ସ୍ୱରେଜର କାର୍ଯ୍ୟ ଚାଲିଛି ତାହା ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବା ପାଇଁ ଆମେ ପଦକ୍ଷେପ ନେଇଛୁ ।