ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଖୋର୍ଦ୍ଧାର ନବନିର୍ବାଚିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ ।କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୁତୁରାଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରଶାନ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି ।

ସେ ୯, ୧୦, ୧୧ ତାରିଖ ୩ ଦିନ ପାଇଁ ଜାମିନରେ ଯିବେ । ତେବେ ସୁଦ୍ଧିକ୍ରିୟା ସାରି କୋର୍ଟରେ ହାଜର ହେବେ ପ୍ରଶାନ୍ତ ଜଗଦ୍ଦେବ ।ତେବେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଶାନ୍ତ ଜଗଦ୍ଦେବ ଯୋଗେ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ମୁତାବିକ, ଚଳିତ ସାଧାରଣ ନିର୍ବାଚନ ବେଳେ ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଥିବା ସରକାରୀ ଓକିଲ ରଜନୀ ପଟ୍ଟନାୟକ କହିଥିଲେ । ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏସ୍ସିବି ମେଡିସିନ୍ ବିଭାଗ ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସାଧୀନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ତାଙ୍କ ଶରୀରରେ ଉଚ୍ଚ ରକ୍ତ ଶର୍କରା ପରିମାଣରେ ସୁଧାର ଆସିଛି । ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏସ୍.ଆର ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଇନ୍ସୁଲିନ୍ ଦ୍ୱାରା ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି ବିଭାଗୀୟ ଡାକ୍ତର କହିଛନ୍ତି ।