କୋର୍ଟରେ ଆତ୍ମସମର୍ପଣ କଲେ ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର : ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ଏହି ମାମଲାରେ ଗିରଫଦାରିରୁ ବର୍ତ୍ତିବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତଳକୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବହୁକୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନିତି ମାମଲା ପୂର୍ବରୁ ତାଙ୍କ ବିରୋଧରେ ୮ଟି ମାମଲା ଚାଲିଛି । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବାରୁ ତାଙ୍କୁ ୨୦୧୩ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା । ସେ ଗତ ୨୦୧୮ ଜାନୁୟାରୀ ମାସରେ ଜାମିନ ପାଇ ଭୁବନେଶ୍ୱର ଝାରପଡା ଜେଲରୁ ମୁକୁଳିଥିଲେ ।