ଭୁବନେଶ୍ୱର: ଆଜି ହେଉଛି ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ହେବାର ୨୦ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି ।
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ସଂଗଠନ ସଂପାଦକ ହେଲେ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪,୨୦୧୯ ନିର୍ବାଚନ ସହ ୨ ଉପନିର୍ବାଚନରେ ପ୍ରଣବଙ୍କ ଉଲ୍ଲେଖନୀୟ କାମ କରିଛନ୍ତି । ଯାହାଫଳରେ ଏହିସବୁ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା ।