ବିଜେପି ବିଧାୟକଙ୍କ ଆଚରଣ ନିନ୍ଦନୀୟ, ବିଜେପି କ୍ଷମା ପାର୍ଥନା କରୁ : ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାଶ
ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ
ଭୁବନେଶ୍ୱର : ବିଜେପି କ୍ଷମା ପାର୍ଥନା କରୁ। କୋଭିଡ ସମୟରେ ଏଭଳି ଏକ ପଦକ୍ଷେପ ସାରା ଓଡ଼ିଶା ପାଇଁ ଏକ ଖରାପ ମାର୍ଗଦର୍ଶନ ଦେଇଛନ୍ତି ବିଧାୟକ। ଗଣତନ୍ତ୍ରର ମନ୍ଦିର ହେଉଛି ବିଧାନସଭା ଗୃହ। ସେଠାରେ ଏଭଳି କରିବା ଠିକ ନୁହେଁ। ଏହା ରାଜନୖତିକ ନା ବ୍ୟକ୍ତିଗତ ତାହା ସମସ୍ତଙ୍କ ସାମ୍ନାରେ ମତ ରଖନ୍ତୁ ବୋଲି କହିଛନ୍ତି ବିଧାୟକ। ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଏହା କହିଛନ୍ତି ।
ଏବେ ସମସ୍ତଙ୍କ ଘରେ କରୋନା ପାଇଁ ସାନିଟାଇଜର ରହିଛି। ତେବେ ସାନିଟାଇଜର ପି ଏଭଳି ସମୟରେ ସାହାଯ୍ୟ କରୁଥିବା ସାନିଟାଇଜରକୁ ଭୁଲ ପ୍ରମାଣିତ ନକରୁନ୍ତୁ ବୋଲି ବିଧାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ମାନେ ହେଉଛନ୍ତି ଗୋଟେ ଦଳର ରୋଲ ମଡ଼େଲ। ସେମାନେ ଏଭଳି ପଦକ୍ଷେପ ନେବା ଏକ ବହୁତ ବଡ଼ ନିନ୍ଦନୀୟ ଘଟଣା।
ଗତକାଲି ଅଲପାର୍ଟି ମିଟିଂରେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରିନଥିଲା। ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବିଧାୟକ ଏବଂ ବିଜେପି ଷ୍ଟେଟ ୟୁନିଟ ଯେଉଁ କାର୍ଯ୍ୟ କରିଛି ତାହାର ଷ୍ଟାଣ୍ଡକୁ କ୍ଲିୟର କରୁ ବୋଲି କୁହାଯାଇଥିଲା। କିନ୍ତୁ ବିଜେପି ଏହା କରିନଥିଲା। ସେଥିପାଇଁ ଆଜି ଆମେ ରାଜ୍ୟପାଳଙ୍କୁ ଭେଟିଥିଲୁ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାଶ। ଗୃହର ସମ୍ମାନ ରଖିବା ହେଉଛି ପ୍ରତ୍ୟେକ ବିଧାୟକଙ୍କର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଏହି କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି ବିଜେପି ବିଧାୟକ।