ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଶିମିଳିପାଳରେ ନିଆଁ ଲିଭା ଅଭିଯାନ ଆରମ୍ଭ କଲା ବିଜେଡି

ନିଆଁ ଲିଭା କାମରେ ସାମିଲ ହେବାକୁ ପ୍ରଣବଙ୍କ ଆହ୍ୱାନ

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟର ନିଆଁ ଲିଭା ଅଭିଯାନରେ ସାମିଲ ହେଲା ବିଜୁ ଜନତା ଦଳ । ବିଜେଡି ସଂଙ୍ଗଠନ ସଂପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବିଜେଡିର ସ୍ଥାନୀୟ ଜନ ପ୍ରତିନିଧି ନେତା ଓ ଦଳୀୟ ନେତା ସାମି ହୋଇ ନିଆଁ ଲିଭା କାମରେ ଲାଗିବା ସହ ସ୍ଥାନୀୟ ଲକୋଙ୍କୁ ସଚେତନ କରିବା କାମ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ନିଆଁ ଲିଭା କାମ କରୁଛି ବିଜେଡି ।

ପ୍ରଣବ ପ୍ରକାଶଙ୍କ ସହିତ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ସୁବ୍ରତ ତରାଇ, ରାଜ୍ୟସଭା ସାଂସଦ ମମତା ମହାନ୍ତ , ପୂର୍ବତନ ବିଧାୟକ ବିଜୟ କୁମାର ନାଏକ,ଏଗ୍ରା ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଓ ସ୍ଥାନୀୟ ଲୋକେ ସାମିଲ ଏହି କାମରେ ସାମିଲ ହୋଇଛନ୍ତି । କାଳିକାପ୍ରସାଦ ଗେଟ୍ ଦେଇ ପୁରା ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ଯାଇ କାମ ଆରମ୍ଭ କରିଛି ।