ବବିଙ୍କୁ ବଡ ଦାୟୀତ୍ବ ଦେଲେ ନବୀନ, ପ୍ରଣବ ଧରିଲେ ବିଜେଡି ସଂଗଠନ ମଙ୍ଗ

ଭୁବନେଶ୍ବର : ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡିର ସଂଗଠନ ସଂପାଦକ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଔପଚାରିକ ଭାବେ ବିଜେଡିର ସଭାପତି ନିର୍ବାଚନ ହେବା ପରେ ନବୀନ ବିଜୁ ଜୟନ୍ତିରେ ଏହି ଘୋଷଣା କରିଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ପ୍ରଣବଙ୍କ କାର୍ଯ୍ୟଦକ୍ଷତା ନେଇ ଏପରି ଗୁରୁଦାୟୀତ୍ବ ଦେଇଥିବା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏହା ସହ ରାଜ୍ୟ କାର୍ଯ୍ୟାଳୟରେ ଏହି ଙୋଷଣା କରି ନବୀନ ପ୍ରଣବ ପ୍ରକାଶ ଦଳରେ ତାଙ୍କ ପରେ ନମ୍ବର ଟୁ ବୋଲି ବାର୍ତ୍ତା ବି ଦେଇଛନ୍ତି ।

ପ୍ରଣବଙ୍କୁ ଗୁରୁ ଦାୟୀତ୍ବ । ବିଜେଡି ସଙ୍ଗଠନରେ ପ୍ରଣବ ନମ୍ବର ଟୁ । ଦଳୀୟ ସଙ୍ଗଠନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳୀୟ ସଙ୍ଗଠନ ସଂପାଦକ ଦାୟୀତ୍ବ ଦେଇ ବିଜୁ ଜୟନ୍ତିରେ ଏମିତି ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଔପଚାରିକ ଭାବେ ନବୀନ ସଭାପତି ଦାୟୀତ୍ବ ନେବା ପରେ ପ୍ରଣବଙ୍କୁ ସଂଗଠନ ଦାୟୀତ୍ବ ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରଣବଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏପରି ଗୁରୁଦାୟୀତ୍ବ ଦେଇଥିବା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏଣିକି ଦଳର ସବୁ ସଙ୍ଗାଠନିକ କାମ ପ୍ରଣବ ହିଁ ବୁଝିବେ ବୋଲି  ଦଳୀୟ କାର୍ଯ୍ୟାଳୟରେ ନବୀନ ଘୋଷଣା କରିଛନ୍ତି ।

ବିଜେଡି ଗଠନ ହେବା ପରଠୁ ଏଭଳି  ପଦବୀ ଦଳରେ ସୃଷ୍ଟି ହୋଇନଥିଲା । ଏହି ପଦବୀ ପାଇବାରେ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ପ୍ରଥମ ଯୁବ ନେତା । ୨୦ ବର୍ଷ ଧରି ବିଜେଡି ରାଜ୍ୟ କ୍ଷମତାରେ ଅଛି । ଦଳକୁ ଲୋକଙ୍କ ନିକଟତର ହେବାକୁ ଗୁରୁତ୍ବ ଦେଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ସେଥିଲାଗି ଦଳରେ ଯୁବ ନେତାଙ୍କୁ ଅଗ୍ରାଧୀକାର ଦେଉଛନ୍ତି । ସେପଟେ ନବୀନଙ୍କ ଏପରି ନିଷ୍ପତ୍ତି  ସଙ୍ଗଠନକୁ ଆହୁରୀ ଅଧିକ ମଜଭୁତ କରିବ ବୋଲି ସବୁ ବର୍ଗର ନେତା ଯୁକ୍ତି ବାଢିଛନ୍ତି ।

ବିଜେଡି ଗଠନ ହେବା ପରେ ଦଳରେ କେବଳ କାର୍ଯ୍ୟକାରୀ ସଭାପତି , ମହାସଚିବ ପଦ ସହ ବିଜେଡି ଆଫେୟାର୍ସ ପଦ ସୃଷ୍ଟି କରି ଦଳ ନେତାଙ୍କୁ ଦାୟୀତ୍ବ ଦେଇଥିଲେ ନବୀନ । ହେଲେ ସେ ସବୁ ପଦ ଦଳରେ ଆଉ ନାହିଁ, ଏବେ ନୂଆ ସଂଗଠନ ସଂପାଦକ ପଦ ସୃଷ୍ଟି କରି ନବୀନ ସଙ୍ଗଠନକୁ ଆଗକୁ ନେବାକୁ ଯୁବ ନେତାଙ୍କୁ ଦାୟୀତ୍ବ ଦେଇଛନ୍ତି ।