ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ:ଆଜି ଭାରତୀର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମନିତ କରାବେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ବ୍ୟତୀତ ସାମାଜିତ କାର୍ଯ୍ୟକର୍ତ୍ତା ନାନାଜୀ ଦେଶମୁଖ ଓ ଆସାମର ପ୍ରସିଦ୍ଧ ଗାୟକ ଭୁପେନ ହଜାରିକାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପ୍ରଣବ ମୁଖାର୍ଜୀଙ୍କ ବ୍ୟାତୀତ ଏହି ଦୁଇ ମହାନ ବ୍ୟକ୍ତିଙ୍କୁ ଏହି ସମ୍ମାନ ମରୋଣତ୍ତର ଭାବେ ପ୍ରଦାନ କରାଯିବ । ଚଳିତ ବର୍ଷ ଆରମ୍ଭରେ ଏହି ତିନିଜଣ ମହାନ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । 

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭାରତୀୟ ରାଜନୀତିରେ ଜଣେ ସକ୍ରିୟ ଚେହେରା । ରାଜନୀତିରେ ଲମ୍ୱା ଇନିଂସ ଖେଳିବା ପରେ ସେ ଭାରତର ପ୍ରଥମ ନାଗରିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଏକ ଛୋଟ ଗାଁ ମିରାଟୀରେ ଏକ ବ୍ରାହ୍ମଣ ପରିବାରରେ ୧୯୩୫ ମସିହା ଡିସେମ୍ୱର ୧୧ ତାରିଖରେ ହୋଇଥିଲା । ତାଙ୍କ ବାପା କାମଦା କିଂକର ମୁଖାର୍ଜୀ ସ୍ୱାଧିନତା ପାଇଁ ଲଢେଇ କରି ୧୦ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିଥିଲେ । ପ୍ରଣବଙ୍କ ବାପା ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ ହୋଇଯାଇଥିଲେ । ୧୯୫୨ ରୁ ୧୯୬୪ ଯାଏଁ ସେ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଥିଲେ । 

ଆଜି ଭାରତର ରାଷ୍ଟ୍ରପତି ରୋମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ । ଜଣେ ସକ୍ରିୟ ରାଜନେତା ସାଙ୍ଗଙ୍କୁ ନିଜର ନିଷ୍ଠାପରତା ପାଇଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।