ନୂଆଦିଲ୍ଲୀ: ଦିଲ୍ଲୀରେ ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ କମ କରିବା ପାଇଁ ଆଜି ସେ ସଂସଦକୁ ଏକ ବିଦ୍ୟୁତ ଚାଳିତ ଗାଡ଼ି ଧରି ଆସିଥିଲେ। ଏଥିସହ ସେ ଲୋକଙ୍କୁ ମଧ୍ୟ ଯଥା ସମ୍ଭବ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବିଦ୍ୟୁତ ଚାଳିତ ଗାଡ଼ି ମଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ଆଜି ସେ ବିଦ୍ୟୁତ ଚାଳିତ ଗାଡ଼ି ନେଇ ସଂସଦରେ ପହଞ୍ଚିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ସରକାର ଧୀରେ ଧୀରେ ପ୍ରଦୂଷଣ ମୁକ୍ତ ବିଦ୍ୟୁତ ଚାଳିତ କାରର ବହୁଳ ବ୍ୟବହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରଦୂଷଣ ବିରୋଧରେ ଲଢ଼େଇ କରିବାକୁ ହେଲେ ଆମ ମିଳିତ ଭାବେ ବିଦ୍ୟୁତ ଚାଳିତ କାର ବ୍ୟବହାର କରିବାକୁ ପଡ଼ିବ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବଭଳି ଆଜି ବିଜେପି ସାଂସଦ ମନସୁଖ ମାଣ୍ଡଭିୟ ସାଇକେଲ ଧରି ସଂସଦରେ ପହଞ୍ଚିଥିଲେ।