ଅଦାଲତରେ ହଜାର ହେଲେ ପ୍ରଜ୍ଞା

ମୁମ୍ବାଇ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ୨୦୦୮ରେ ସଂଗଠିତ ମାଲେଗାଓଁ ବିସ୍ଫୋରଣ ମାମଲାରେ ଶୁକ୍ରବାର ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ଚଳିତ ସପ୍ତାହରେ ସେ ଦୁଇ ଥର ଅଦାଲତ ସମକ୍ଷରେ ଉପସ୍ଥିତ ହୋଇ ପାରିନଥିଲେ। ଏନଆଇଏ ସ୍ୱତନ୍ତ୍ର ଅଦାଲତ ବିଚାରପତି ବି.ଏସ. ପଦାଲକର ପ୍ରଜ୍ଞାଙ୍କୁ ପଚାରିଥିଲେ ଯେ ଏହି ମାମଲାରେ କିଛି କହିବାର ଅଛି କି? ପ୍ରଜ୍ଞା କିଛି ଜାଣି ନାହାନ୍ତି ବୋଲି କୋର୍ଟଙ୍କୁ କହିଥିଲେ।

ଏଗାର ବର୍ଷ ପୁରୁଣା ଏହି ମାମଲାର ଶୁଣାଣି କରୁଥିବା ଏହି ଅଦାଲତରେ ପ୍ରଜ୍ଞା ଠାକୁର ଓ ତାଙ୍କ ଦୁଇ ସହଯୋଗୀ ହାଜର ହୋଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ବିଚାରପତି ସେମାନଙ୍କ ଉପସ୍ତିତିରେ ଆଦେଶନାମା ପଢି ଶୁଣାଇ ଥିଲେ ଯେଉଁଥିରେ କୋର୍ଟରେ ସପ୍ତାହକୁ ସର୍ବନିମ୍ନ ଗୋଟିଏ ଥର ହାଜର ହେବାକୁ କୁହାଯାଇଛି।