ପିପିଲି : ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ସୋମବାର ଅପରାହ୍ନରେ କୋର୍ଟରେ ହାଜର ହେବା ସମୟରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ପ୍ରଦୀପ ମହାରଥୀ ଅଚେତ ହୋଇଯାଇଥିଲେ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାର୍ଡ, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ ଓ ବିଡିଓ ସର୍ଭେଲାନ୍ସ ଟିମ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ମହାରଥୀଙ୍କୁ ଗିରଫ କରାଯାଇଛି। ସଠିକ୍ ତଥ୍ୟ ଆଧାରରେ ମହାରଥୀଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି। ଏହି ଘଟଣାରେ ଯାଞ୍ଚ ଟିମର ୫ଜଣ ସଦସ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
Prev Post
Next Post