ଭୁବନେଶ୍ଵର:ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବରରେ ଶୋକପ୍ରକାଶ କରିଛନ୍ତି ରାଜ୍ୟପାଳ। ମାନ୍ୟବର ରାଜ୍ୟପାଳ କହିଛନ୍ତି ଯେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରାଥୀଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ଓ ଏହି ଦୁଃଖକୁ ସହନ କରିବା ନିମନ୍ତେ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି। ସେ ଜଣେ ଲୋକପ୍ରିୟ ନେତା ତଥା ଦକ୍ଷ ବିଧାୟକ ଥିଲେ, ତାଙ୍କର ଅକାଳ ମୃତ୍ୟୁ ରାଜନୀତି ପାଇଁ ଏକ ବଡ କ୍ଷତି ବୋଲି ରାଜ୍ୟପାଳ କହିଛନ୍ତି।
Hon’ble Governor condoles the sad demise of Hon’ble MLA & Ex Minister Pradeep Maharathy and conveys his deep sympathy to the bereaved family and constituents. “He was a popular leader & able legislator, his untimely death is a big loss to the polity”, the Governor added. 🙏🙏
— Governor Odisha (@GovernorOdisha) October 4, 2020