ରାଜ୍ୟରେ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ; ସତ୍ୟବାଦୀ, ଝାରସୁଗୁଡା ଓ ପିପିଲି ବିଧାନସଭାରେ ବିଜେଡି ଆଗୁଆ

ସକାଳୁ ଆରମ୍ଭ ହୋଇଛି ଭୋଟ ଗଣତି। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲାଟର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହିଛି। ସତ୍ୟବାଦୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ସତ୍ୟବାଦୀ ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଆଗୁଆ ରହିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି।

ସେହିପରି ଝାରସୁଗୁଡା ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି। ୮୬୭ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି। ୨୩୨ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।