କଳିଙ୍ଗ-ଉତ୍କଳ ଏକ୍ସପ୍ରେସରେ ବୋମା ଆତଙ୍କ

ହରିଦ୍ୱାର:ହରିଦ୍ୱାରରୁ ପୁରୀ ଯାଉଥିବା କଳିଙ୍ଗ- ଉତ୍କଳ ଏକ୍ସପ୍ରେସରେ ବମ ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି । ଟ୍ରେନକୁ ଟପରୀ ଜଙ୍କସନରେ ରଖାଯାଇଛି । ଜିଆରପି ଓ ପୋଲିସ ଟ୍ରେନର ତଲାସି ନେଇଛନ୍ତି  । ଏଥିପାଇଁ ଅନ୍ୟ ଟ୍ରେନର ଚଳାଚଳ ଉପରେ ମଧ୍ୟ ରୋକ ଲାଗିଛି ।

ସୂଚନାନୁସାରେ, ଉତରାଖଣ୍ଡର ହରିଦ୍ୱାରରୁ ଓଡିଶା ଆସୁଥିବା ଉତ୍କଳ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ବୋମା ଖୋଜିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ବର୍ତମାନ ଟ୍ରେନକୁ ସହାରନପୁରର ଟପରୀ ଜଙ୍କସନରେ ରଖାଯାଇଛି ।

ବୋମା ଥିବା ନେଇ ସୂଚନା ମିଳିବା ପରେ ପୋଲିସ ଓ ଜିଆରପି ଷ୍ଟେସନରେ ଚେକିଂ କରିବାକୁ ପହଁଚିଥିଲେ । ସେମାନେ ଟ୍ରେନରୁ ଏକ ସନ୍ଦିଗ୍ଧ ବ୍ୟାଗ୍ ଠାବ କରିଥିଲେ । ତେବେ ଏନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କ ବାବଦରେ କୌଣସୀ ତଥ୍ୟ ମିଳିନାହିଁ । ରେଳବାଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି ।