ଭୁବନେଶ୍ୱର: ଆସନ୍ତାକାଲି ହୋଲି । ତେବେ ହୋଲି ଦିନ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଈ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
କାଳବୈଶାଖୀ ପ୍ରଭାବରେ ଉତର ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଲଗାତର ୩ ଦିନ ଯାଏଁ ଓଡ଼ିଶାରେ ଲାଗିରହିବ ବର୍ଷା । ତେବେ ଆସନ୍ତା ୨୪ଘଂଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ପରେ କାଲିଠୁ ୩ଦିନ ଯାଏଁ ୧୪ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରାପୁଟ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ, ଦେବଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଆସନ୍ତାକାଲି କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରପୁଟ, ସୁନ୍ଦରଗଡ, ଝାରସୁଗୁଡାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।
ଗତ ୨୪ ଘଂଟାରେ ବାଲେଶ୍ୱର, ଗୋପାଳପୁର, ପୁରୀ, ଚାନ୍ଦବାଲି, ରାୟଗଡ଼ା ଆଦି କିଛି ସ୍ଥାନରେ ବର୍ଷା ହୋଇଛି । ବାଲେଶ୍ୱରରେ ୮.୬ ମିମି, ଚାନ୍ଦବାଲିରେ ୬.୪ ମିମି, କେରାପୁଟରେ ୯.୪ ମିମି ରେକର୍ଡ଼ କରାଯାଇଛି ।